National

ଟ୍ୱିଟର ଛାଡି ରାସ୍ତାକୁ ବହାରିବେ ରାହୁଲ

Published

on

ନୂଆଦିଲ୍ଲୀ: କଂଗ୍ରେସର ଉପ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟର ଛାଡି ଏବେ ରାସ୍ତାକୁ ଆସିବେ।

ଘରେ ବସି ଟ୍ଵିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରୁଥିବା ରାହୁଲ ଗାନ୍ଧୀ ଏବେ ଲୋକଙ୍କୁ ସିଧାସଳଖ ଭେଟିବାର ଯୋଜନା କରିଛନ୍ତି। ଗତ ଚାରିମାସ ତଳେ ରାହୁଲଙ୍କୁ ଲାକଡାଉନ ସମୟରେ ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଭେଟିବାକୁ ଯାଇ ରାସ୍ତାକୁ ଓଲ୍ହାଇ ଥିଲେ।

ତେବେ ବର୍ତ୍ତମାନ ରାହୁଲ ଟ୍ୱିଟର ଛାଡି ଘର ବାହାରକୁ ବାହାରିବା ପାଇଁ ମନସ୍ଥ କରିଛନ୍ତି। ବିବାଦୀୟ କୃଷି ଆଇନ ବିରୋଧରେ ଯେଉଁ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି ତାକୁ ତୀଵ୍ର କରିବାକୁ ରାହୁଲ ରାସ୍ତାକୁ ଓଲ୍ହାଉ ଥିବା କୁହାଯାଉଛି।

ରାହୁଲ ପ୍ରଥମେ ପଞ୍ଜାବ ଓ ହରିଆଣା ଗସ୍ତରେ ଯିବେ। ଏହି ସମୟରେ ସେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବେ। ମଣ୍ଡି ବ୍ୟବସ୍ଥା ଉପରେ ମଧ୍ୟ ଅନୁଧ୍ୟାନ କରିବେ।

Leave a Reply

Your email address will not be published. Required fields are marked *

Trending

Exit mobile version