ଚାନ୍ଦବାଲି ୨୨/୧ : ଚାନ୍ଦବାଲି ବ୍ଲକ୍ ସାନଇଟାମାଟି ଅଂଚଳରେ ବୋମା ମାଡ଼ ଘଟିଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଠାକୁର ସମ୍ପତ୍ତି ଦଖଲକୁ ନେଇ ବହୁଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ତେବେ ଆଜି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାପରେ ବୋମା ମାଡ଼ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।