ରାଜ୍ୟ

ଠିକ ସମୟରେ ଆସିଲାନି ଆମ୍ବୁଲାନ୍ସ : ପ୍ରାଣ ହରାଇଲେ ପ୍ରସୂତି

Published

on

ନୀଳଗିରି ୧୩/୧ : ଠିକ ସମୟରେ ଆମ୍ବୁଲାନ୍ସ ଆସିନପାରିବାରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇଛନ୍ତି । କାଆଁସ ଗ୍ରାମର ବାସନ୍ତୀ ନାୟକ ନାମ୍ନୀ ଏହି ମହିଳା ଜଣଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାପରେ ବରହମପୁର ହସ୍ପିଟାଲରୁ ଆମ୍ବୁଲାନ୍ସ ଡକା ଯାଇଥିଲା । ତେବେ ସେଠାରେ ଆମ୍ବୁଲାନ୍ସ ନଥିବାରୁ ବାଲେଶ୍ୱରରୁ ୧୦୨ ଆମ୍ବୁଲାନ୍ସ ମଗା ଯାଇଥିଲା । ସେଥିରେ ସମ୍ପୃକ୍ତ ମହିଳାଙ୍କୁ ନେଇ ନୀଳଗିରି ହସ୍ପିଟାଲରେ ପହଂଚିବା ବେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁ ବାଟରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version