ଦେଶ ବିଦେଶ

ଠିକ ସମୟରେ ହେବ ନିର୍ବାଚନ : ସୁନୀଲ ଅରୋର।

Published

on

ଲକ୍ଷ୍ନୌ ୧/୩ : ଲୋକସଭା ନିର୍ବାଚନ ଠିକ୍ ସମୟରେ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋର। ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ ଖୁସ୍ ଶୀଘ୍ର ତାରିଖ ଘୋଷଣା କରିବ ବୋଲି ସେ କହିଛନ୍ତି । ନିର୍ବାଚନ ତାରିଖ କିଛି ଦିନ ଘୁଂଚାଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏବେ ସେହି ଚର୍ଚ୍ଚାର ଅନ୍ତ ଘଟିଛି ।
ଇଭିଏମକୁ ଆମେ ଜଣା ଅଜଣା ଭାବରେ ସମ୍ପୂର୍ଣ୍ଣ ଦେଶରେ ଫୁଟବଲ କରି ସାରିଛୁ । ଫଳାଫଳ ଠିକ ଭାବରେ ଆସିଲେ ଇଭିଏମ ଠିକ୍ ଅଛି ଫଳାଫଳ ଭୁଲ ଆସିଲେ ଇଭିଏମ ଖରାପ ଅଛି ବୋଲି କୁହାଯାଉଛି । ଏବେ ପ୍ରତ୍ୟାଶୀଙ୍କୁ ୫ବର୍ଷର ଆୟର ଅଟକଳ ଦେବାକୁ ପଡିବ ଏବଂ ବିଦେଶରେ ଥିବା ସମ୍ପତି ବିଷୟରେ ମଧ୍ୟ ସୂଚନା ଦେବାକୁ ପଡିବ । ପ୍ୟାନ କାର୍ଡ ସହ ଏହି ବିଷୟରେ ସମସ୍ତ ସୂଚନା ଦେବାକୁ ପଡିବ ।
ସେ କହିଛନ୍ତି କି, ଏଥର ନିର୍ବାଚନ ପାଇଁ ବିଜିଲି ଆପ ଲଂଚ୍ କରାଯିବ । ଏହାକୁ ପାଇଲଟ ପ୍ରୋଜେକ୍ଟ ରୂପରେ କର୍ଣ୍ଣାଟକରେ ଲଂଚ୍ କରାଯାଇଥିଲା । ଏହା ଦ୍ୱାରା ନିର୍ବାଚନ ଆୟୋଗକୁ ୨୮ ହଜାର ଅଭିଯୋଗ ଆସିଥିଲା । ଏହି ଆପ ଜରିଆରେ ନାଗରିକ ନିର୍ବାଚନ ସହ ଜଡିତ ଅଭିଯୋଗ ଦେବେ ଏବଂ ଅଭିଯୋଗର ୧୦୦ ମିନିଟ ମଧ୍ୟରେ ଅଧିକାରୀ ଏହା ଉପରେ ଆକ୍ସନ ନେବେ ।

Leave a Reply

Your email address will not be published. Required fields are marked *

Trending

Exit mobile version