କେନ୍ଦ୍ରାପଡ଼ା ୪/୧ : ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ଏକ ଶିଶୁର ମୃତ ଦେହକୁ ଅବଶେଷରେ ଉଦ୍ଧାର କରାଯାଇଛି । ଫଳରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ପ୍ରାୟ ୪୦ ଘଣ୍ଟାର ଅନୁସନ୍ଧାନ ପରେ ପାଣି ଭିତରୁ ୬ ବର୍ଷ ଶିଶୁର ମୃତଦେହ ମିଳିଛି । ବୁଧବାର ରାତିରେ ମହାକାଳପଡ଼ା ନିପାଣିଆ ନିକଟରେ ମହାନଦୀରେ ଏକ ଡ଼ଙ୍ଗାବୁଡ଼ି ଯିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଥିଲେ ।