ରାଜ୍ୟ

ଡଙ୍ଗା ବୁଡ଼ି : ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ

Published

on

ଭୁବନେଶ୍ୱର ୩/୧ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଂଚଳରେ ଗତ ବିଧବାରଦିନ ଘଟିଥିବା ନୋ÷କା ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ଏବଂ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ନିୟମ ଉଲ୍ଲଂଘନ କରାଯାଇଥିଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଡଙ୍ଗାଟିର ଲାଇସେନ୍ସ କିମ୍ବା ଲାଇଫ ଜ୍ୟାକେଟ୍ ନଥିଲା ବୋଲି ଜଣାପଡ଼ିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।
ତେଣେ ପୋଲିସ ନାଉରିଆକୁ ଅଟକ ରଖିଥିବାରୁ ଏହା ବିରୁଦ୍ଧରେ ତାଙ୍କ ଗାଁଲୋକେ ରାସ୍ତା ଅବରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ବୁଧବାର ଦିନ କୁଜଙ୍ଗ ଥାନା ହସିଣା ଗ୍ରାମର ୮ଟି ପରିବାରର ୫୦ରୁ ଉଦ୍ଧ୍ୱର୍ ଲୋକ ମହାକାଳପଡ଼ା ବ୍ଲକ୍ ହୁକିଟୋଲାରେ ବଣଭୋଜୀ ସାରି ଫେରୁଥିବାବେଳେ ମହାକାଳପଡ଼ା ନିଆପାଣିଆର ଭାନୁଗିରି ଘାଟଠାରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । କାନ୍ଦବୋବାଳିରେ ହସିଣା ଗ୍ରାମ ଫାଟି ପଡ଼ୁଛି । କାହା ଘରେ ଏପର୍ଯ୍ୟନ୍ତ ଚୁଲି ଜଳିନାହିଁ । ପ୍ରଶାସନ ଶବଗୁଡ଼ିକର ବ୍ୟବଚ୍ଛେଦ କରିବା ପରେ ସେଗୁଡ଼ିକୁ ହସିଣା ଗ୍ରାମକୁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version