ସାଧାରଣତଃ ଡାଇବେଟିସ ରୋଗୀ ନିଜର ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ରଖନ୍ତି । କାରଣ ଏହା ତାଙ୍କର ସୁଗାରକୁ ପ୍ରଭାବିତ କରିଥାଏ । ତେଣୁ ସେମାନେ ସୁଗାର କମ୍ ଥିବା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଡାଇବେଟିସ ରୋଗୀ ଯେଉଁ ସବୁ ଖାଦ୍ୟରେ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ସେଥିମଧ୍ୟରୁ ପିଆଜ ହେଉଛି ଏକ ଭଲ ଖାଦ୍ୟ । ବିଭିନ୍ନ ଗବେଷଣାରୁ ଜଣା ପଡିଛି ଯେ ଲାଲ ପିଆଜ ଉଭୟ ଡାଇବେଟିସ ଟାଇପ ୧ ଓ ୨ ରୋଗୀଙ୍କ ପାଇଁ ଭଲ । ଏକ ଗବେଷଣାରୁ ଜଣା ପଡିଛି, ୧୦୦ ଗ୍ରାମ ଲାଲ ପିଆଜ ମାତ୍ର ୪ ଘଣ୍ଟା ମଧ୍ୟରେ ବ୍ଲଡ ସୁଗାର ସ୍ତରକୁ ହ୍ରାସ କରି ଦେଇପାରେ ।
ଡାଇବେଟିସ ରୋଗୀ ଲାଲ ପିଆଜକୁ କଞ୍ଚା ଖାଇଲେ ଭଲ । କଞ୍ଚା ଖାଇଲେ ହିଁ ଏହା ରକ୍ତରେ ଶର୍କାର ସ୍ତରକୁ ହ୍ରାସ କରିଥାଏ । ଉଭୟ ଦ୍ୱିପହର ଓ ରାତି ଖାଇବାରେ ସେମାନେ କଞ୍ଚା ପିଆଜକୁ ସାମିଲ କରିଲେ ଭଲ । ଡାଇବେଟିସ ରୋଗୀ ସେମାନଙ୍କ ସାଲାଡରେ ପିଆଜକୁ ସାମିଲ କରିବା ଭଲ ।