ଦେଶ ବିଦେଶ

ଡାକଘରେ ଉପଲବ୍ଧ ହେବ ଧାନମନ୍ତ୍ରୀ ଫସଲ ବୀମା ଯୋଜନା

Published

on

ନୂଆଦିଲ୍ଲୀ ୮/୬ : ପ୍ରଧାନମନ୍ତ୍ରୀ ଫସଲ ବୀମାର ପରିସର ବଢ଼ାଇବା ପାଇଁ ଖୁବ ଶୀଘ୍ର ଏକ ନୂଆ ଯୋଜନା କରିବା ପାଇଁ ଯାଉଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ୧୦୦ ଦିନ ଭିତରେ ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଡାକଘରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଉପଲବ୍ଧ କରାଇବା ପାଇଁ ଚେଷ୍ଟା କରୁଛନ୍ତି ସରକାର । ଏହି ସୁବିଧା ଉପଲବ୍ଧ ହେଲେ ଲାଭବାନ ହେଉଥିବା କୃଷକଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯିବ ବୋଲି ଆଶା ରଖାଯାଇଛି ।
୨୦୧୭ରେ ଏହି ଯୋଜନା ଆରମ୍ଭ କରିବା ପାଇଁ ଚେଷ୍ଟା ହୋଇଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲାଗୁ ହୋଇପାରି ନଥିଲା ଏହି ଯୋଜନା । ହେଲେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହି ବୀମା ଯୋଜନାକୁ ଡାକଘର ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜୋରଦାର ପ୍ରୟାସ ଚାଲିଛି । ସୂଚନାଯୋଗ୍ୟ କୌଣସି ବିପର‌୍ୟ୍ୟୟ ତଥା ଖରାପ ଅମଳ ସମୟରେ କୃଷକଙ୍କୁ ବଂଚାଇବା ପାଇଁ ସରକାର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ କରଥିଲେ । ଏବେ ବ୍ୟାଙ୍କ, ସିଏସସି ଓ ଅନଲାଇନ ମାଧ୍ୟମରେ ବୀମା କୃଷକଙ୍କ ପାଖରେ ପହଂଚିପାରୁଛି ।ଏଥିପାଇଁ ପ୍ରଧାନମନ୍ତ୍ରୀ ଫଲସ ବୀମା ଯୋଜନାର ପରିସର ବଢ଼ାଇବା ପାଇଁ ଚେଷ୍ଟା ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version