ରାଜ୍ୟ

ଡାକ୍ତର ଚିକିତ୍ସା ନ କରିବାରୁ ପ୍ରସୂତୀଙ୍କ ମୃତ୍ୟୁ !

Published

on

କେନ୍ଦୁଝର ୪/୧୨ : କେନ୍ଦୁଝର ଜିଲ୍ଲା ସଦର ହସ୍ପିଟାଲରେ ଚିକିତ୍ସା ଅବହେଳା ନେଇ ଗୁରୁତର ଅଭିଯୋଗ ହୋଇଛି । ଡାକ୍ତର ଚିକିତ୍ସା ନ କରିବାରୁ ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମହିଳା ଜଣକ ହେଉଛନ୍ତି ସୁଆକାଠି ଅଞ୍ଚଳର କାଉଁରିକଳା ଗ୍ରାମର ବାସିନ୍ଦା ।
ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତ୍ନୀଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ସେ ଏ ସମ୍ପର୍କରେ ଗାଁର ଆଶାଦିଦିଙ୍କ ସହଯୋଗ ଲୋଡ଼ିଥିଲେ । ସେ କିନ୍ତୁ କୋ÷ଣସି ସହଯୋଗ ନ କରିବାରୁ ବାଧ୍ୟ ହୋଇ ଏକ ଅଟୋରେ ତାଙ୍କ ପତ୍ନୀଙ୍କୁ କେନ୍ଦୁଝର ସଦର ହସ୍ପିଟାଲକୁ ଆଣିଥିଲେ । ସେଠାରେ କିନ୍ତୁ ଡାକ୍ତର ତୁରନ୍ତ ଚିକିତ୍ସା ନ କରିବାରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version