ବଲାଙ୍ଗୀର ୧୫/୬ : ଡାକ ଅଧୀକ୍ଷକ ଦେବୀ ପ୍ରସାଦ ନାଏକଙ୍କୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ନମାନିବା ଅଭିଯୋଗରେ ଗିରଫ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ । ଡାକ ବିଭାଗରେ ଜମା କରିଥିବା ଜଣେ ଗ୍ରାହକଙ୍କ ବଣ୍ଡ ହଜିଯିବାରୁ ତାଙ୍କ ମ୍ୟାଚ୍ୟୁରିଟୀ ଟଙ୍କା ଅଟାକାଇଦେଇଥିଲା ବିଭାଗ । ଏହି ମାମଲାରେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଜମାକାରୀ । ମାମଲାର ଶୁଣାଣି କରି ତୁରନ୍ତ ପ୍ରାପ୍ୟ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଖାଉଟି ଅଦାଲତ ।
ଏହାକୁ ଚ୍ୟାଲେଞ୍ଜ କରି ଉଚ୍ଚ ଫୋରମ ଯାଇଥିଲା ଡାକବିଭାଗ । ହେଲେ ଜମାକାରୀଙ୍କ ବିଜୟ ହୋଇଥିଲା । ତଥାପି କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରୁନଥିବାରୁ ଅଦାଲତ ଅବମାନନା ଅଭିଯୋଗରେ ପୋଷ୍ଟାଲ ଅଧୀକ୍ଷକଙ୍କ ବିରୋଧରେ ୱାରେଂଟ ଜାରି କରିଥିଲେ କୋର୍ଟ । ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଗ୍ରାହକୁ ତୁରନ୍ତ ୪ଲକ୍ଷ ଟଙ୍କା ଦେବା ସହ ପୋଷ୍ଟାଲ ଅଧୀକ୍ଷକଙ୍କୁ ମାସେ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।