ଭବୁ ନେଶ୍ୱର, ୧୮/୧୨ : ଗୁଜୁରାଟର ଅହ୧ଦାବାଦଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ମହାଧିବେଶନ ଆସନ୍ତା ଡିସେମ୍ବର ୨୧, ୨୨ ଏବଂ ୨୩ ତାରିଖରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ମହିଳା ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଗତ କାଲି ଅହ୧ଦାବାଦ ଗସ୍ତ କରିଛନ୍ତି । ୨୧ ଡିସେମ୍ବର ଅପରାହ୍ନ କେନ୍ଦ୍ରମବୀ ନିର୍ମଳା ସୀତାରମଣ ଏହି ଅଧିବେଶନକୁ ଉଦ୍ଘାଟନ କରିବେ । ଗୁଜୁରାଟର ମୁଖ୍ୟମବୀ ବିଜୟ ରୂପାନୀଙ୍କ ସମେତ ତାଙ୍କର ମବୀମଣ୍ଡଳ ପ୍ରମୁଖ ଉପସ୍ଥିତ ରହିବେ । ଡିସେମ୍ବର ୨୨ ତାରିଖ ଅପରାହ୍ନରେ ମାନ୍ୟବର ପ୍ରଧାନମବୀ ନରେନ୍ଦ୍ର ମୋଦି ଏହି ମହାଅଧିବେଶନର ସମାପନ ଉତ୍ସବରେ ଯୋଗଦେବେ ବୋଲି ଶ୍ରୀମତୀ ପରିଡା
ସୁଚନା ଦେଇଛନ୍ତି । ଏହି ମହାଧେô ବଶନରେ ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦାନ କରିବେ । ଏହି ଅଧିବେଶନରେ ପ୍ରଧାନମବୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିବେ । ରାଷ୍ଟ୍ରୀୟ ଅଧକ୍ଷା ବିଜୟା ରାହଟକରଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାଧିବେଶନରେ କେନ୍ଦ୍ରମବୀ, ବିଜେପି ଶାସିତ ରାଜ୍ୟର ମହିଳା ମବୀ, ସାଂସଦ ଏବଂ ବିଧାୟକଙ୍କ ସମେତ ୬ ହଜାରରୁ ଉର୍ଦ୍ଧ ଜନପ୍ରତିନିଧୀମାନେ ସାମିଲ ହେବେ । ଏହି ମହାଧିବେଶନରେ ବିଶେଷ କରି ଓଡିଶାରେ ବଢିଚାଲିଥିବା ମହିଳା ଅତ୍ୟାଚାର, ନାବାଳିକା ଦୁର୍ଷ୍କମ ଘଟଣା ଘଟିବା ଆଦି ପ୍ରସଙ୍ଗରେ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସହ ବିସ୍ତୃତ ଆଲୋଚନା କରାଯିବ । ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟର ବିଜେଡି ସରକାର ନିଜର ଅପରାଗତା ପଦାରେ ପଡିସାରିଛି । ଏଥିପାଇଁ ମହିଳା ସୁରକ୍ଷା ଦୃଷ୍ଟିରୁ ଏହି ଅଧବେଶନରେ ଏକ ପ୍ରସ୍ତାବ ରଖାଯିବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ପରିଡା କହିଛନ୍ତି ।