ଅପରାଧ

ଡେଲିଭରୀ ରୁମରେ ପ୍ରସୂତୀଙ୍କୁ ଦୁଷ୍କର୍ମ

Published

on

କଠୁମେର ୧୦/୫ : ଏକ ସରକାରୀ ଡାକ୍ତରଖାନାରେ ଡେଲିଭରି ରୁମରେ ମହିଳାଙ୍କ ସହ ସରକାରୀ ଆମ୍ବୁଲାନ୍ସ ୧୦୮ ର ଡ୍ରାଇଭର୍ ଦୁଷ୍କର୍ମ କରିଛନ୍ତି । ଏହି ଘଟଣା ମେ ୭ ରାତି ତାରିଖ ରାତିରେ ହୋଇଥିଲା । ତେବେ ମହିଳା ଜଣକ ଗୁରୁବାର କଠୁମର ଥାନାରେ ଏନେଇ ଏତଲା ଦେଇଥିଲେ । ଘଟଣାର ଦୁଇଦିନ ପରେ ପୀଡିତା ଜଣକ ପୋଲିସର ସହାୟତା ନେଇଥିଲେ ଲୋକଲଜ୍ଜାକୁ ଡରି ସେ ପୋଲିସ୍ ପାଖକୁ ଯାଉନଥିବା କଥା ସ୍ୱୀକାର କରିଥିଲେ ।
ପୋଲିସ୍ କହିବାନୁସାରେ ଖେଡଲୀ ଥାନା ଅଞ୍ଚଳରେ ଗର୍ଭବତୀ ବୋହୂକୁ ନେଇ ଶାଶୂ କଠୁମର ଡାକ୍ତରଖାନା ନେଇ ପହଂଚିଥିଲେ । ଡେଲିଭରି ପରେ ଛୁଟି ନ ମିଳିବା ପରେ ବୋହୂ ଡାକ୍ତରଖାନାରେ ହିଁ ଥିଲେ । ପୀଡିତାଙ୍କ କହିବାନୁସାରେ ମେ ୭ ତାରିଖ ରାତିରେ ଆମ୍ବୁଲାନ୍ସ ଡ୍ରାଇଭର୍ ଡେଲିଭରି ସମୟର କିଛି କାଗଜପତ୍ର ଦେବାପାଇଁ ପ୍ରସୂତିଙ୍କୁ ଡେଲିଭରୀ ରୁମ୍ ନେଇଯାଇଥିଲେ । ସେଠାରେ ପ୍ରସୂତିଙ୍କ ମୁହଁରେ କପଡ଼ା ଦେଇ ସେ ଦୁଷ୍କର୍ମ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version