ଦେଶ ବିଦେଶ

ଢାକାରେ ଏକ କୋଠାରେ ନିଆଁ ଲାଗି ୬୯ ମୃତ

Published

on

ବାଂଲାଦେଶ ୨୧/୨ : ଢାକାରେ ଏକ କୋଠାଘରେ ନିଆଁ ଲାଗିବାରୁ ଅତି କମରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ଗୁରୁବାର ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ । ଏହି ଅଗ୍ନିକାଣ୍ଡ ବୁଧବାର ହୋଇଥିବା ବେଳେ ଗୋଟିଏ କୋଠାରୁ ଅନ୍ୟତ୍ର ନିଆଁ ବ୍ୟାପିଥିଲା । ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଦମକଳ ବାହିନୀର କର୍ମଚାରୀମାନେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ । ବୁଧବାର ରାତିରେ ନିଆଁ ଲିଭାଯାଇଥିଲେ ମଧ୍ୟ ଗୁରୁବାର ସକାଳୁ ପୁଣି ଥରେ ନିଆଁ ଜଳୁଥିଲା ।
ଅଗ୍ନିଶମ ଏବଂ ସିଭିଳ ଡିଫେନ୍ସ ମହାନିର୍ଦ୍ଦେଶକ ଅଲି ଅହମଦ ଖାନ ଗଣମାଧ୍ୟମକୁ କହିଛନ୍ତି, ଅତି କମରେ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଢାକାର ଚୌକାବଜାର ଅଂଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ସଂପର୍କରେ ଜଣାପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version