ରାଜ୍ୟ

ତପ୍ତପାଣି ଘାଟିରୁ ଖସିଲା ବସ : ଜଣେ ମୃତ, ୩୦ ଆହତ

Published

on

ଦିଗପହଣ୍ଡି ୨୧/୫ : ଦିଗପହଣ୍ଡିର ତପ୍ତପାଣି ଘାଟିରୁ ତଳକୁ ଖସି ପଡିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସରେ ବସଥିବା ପାଖାପାଖି ୩୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ରାୟଗଡାରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନା ଅନୁସାରେ ବସ୍‌ଟି ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିଲା। ବସ୍‌ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ସ୍ଥାନୀୟ ଲୋକଙ୍କର ସହାୟତରେ ସମସ୍ତ ଆହତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version