ତାଳଚେର ୧୯/୧୨ : ୪ ଦଫା ଦାବିନେଇ ବୁଧବାର ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯାଇଛି । ଫଳରେ ସହରରେ ସ୍ୱାଭାବିକ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ତାଳଚେର ସୁରକ୍ଷା ସମିତି ଆହ୍ୱାନରେ ଏହି ବନ୍ଦ ପାଳନ କରାଯାଇଥିଲା । ତାଳଚେରରେ ଖଣି ବନ୍ଦ ଥିବାବେଳେ ଦୋକାନ-ବଜାର ଓ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଆନ୍ଦୋଳନକାରୀମାନେ ରେଳରୋକ କରିଥିଲେ । ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଚାଳଚେରର ବିଭିନ୍ନ ସ୍ଥାନରେ ମାଟି ଦବି ଯାଉଥିବା ଏବଂ ପ୍ରଦୂଷଣ ବୃଦ୍ଧି ପାଉଥିବା ଭଳି କିଛି ସମସ୍ୟା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଥିଲା ।