Connect with us

ଭୁବନେଶ୍ୱର ୨୮ ।୧୧ : ତିତଲିକୁ ନେଇ ଏପର୍ଯ୍ୟନ୍ତ ବିବାଦ ଥମିବାର ନାଁ ଧରୁନାହିଁ । ଏନେଇ ରାଜ୍ୟ ସରକାରଙ୍କ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି ଏକ ଗୁରୁତର ଅଭିଯୋଗ ଆଣିଛି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି ଯେ, ତିତଲି କ୍ଷତିଗ୍ରସ୍ତ ଅଂଚଳର କେତେକ ସ୍ଥାନରେ ବିଜେଡ଼ି ବିପକ୍ଷରେ ଭୋଟ ଦେଇଥିବା ଲୋକଙ୍କୁ ସହାୟତା ଦିଆଯାଉନାହିଁ । ଗଜପତି ଜିଲ୍ଲାର କେତେକ କ୍ଷତିଗ୍ରସ୍ତ ଅଂଚଳର ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବା ବିଜେପି ପ୍ରତିନିଧି ଦଳର ନେତା ବିଧାୟକ ପ୍ରଦୀପ ପୁରୋହିତ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ପ୍ରପୀଡିତ ଅଂଚଳରେ ସରକାର ସବୁ ପ୍ରକାର ରିଲିଫ୍ ଓ ସହାୟତା ଯୋଗାଇ ଦେଇଛନ୍ତି ବୋଲି ଯାହା କହିଛନ୍ତି ତାହା ଆଦୋ÷ ସତ୍ୟ ନୁହେଁ । ବାସ୍ତବ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତେବେ ବିଜେଡ଼ି ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ବିଜେପିର ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ବାତ୍ୟା ପ୍ରଭାବିତ ଅଂଚଳରେ ରାଜ୍ୟସରକାରଙ୍କ କାର୍ଯ୍ୟକୁ ଖୋଦ୍ କେନ୍ଦ୍ର ସରକାର ପ୍ରଶଂସା କରିଥିବାବେଳେ ବିଜେପି କରୁଥିବା ଅଭିଯୋଗରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ।
ଏହି ସାମ୍ବାଦିକ ସମ୍ମିନଳୀରେ ବିଜେପି ପକ୍ଷରୁ କ୍ଷତିଗ୍ରସ୍ତ ଅଂଚଳର ଭିଡ଼ିଓ ଚିତ୍ର ପ୍ରଦର୍ଶନ କରାଯାଇ ବାସ୍ତବ ସ୍ଥିତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା । ଶ୍ରୀ ପୁରୋହିତ କହିଥିଲେ ଯେ, କେତେକ ଅଂଚଳରେ ପ୍ରଶାସନ ପକ୍ଷରୁ କେବଳ ୧ ହଜାର ଟଙ୍କା ଓ ୫୦ କେଜି ଚାଉଳ ଯୋଗାଇ ଦିଆଯିବା ଛଡ଼ା ଅନ୍ୟ କିଛି ସହାୟତା ଦିଆଯାଇନାହିଁ । ଲୋକମାନେ ୧୦ ଦିନ ହେଲା କୋ÷ଣସି ସହାୟତା ନପାଇ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତ ି । ଘର ନଥିବାରୁ ବହୁ ଲୋକ ଏବେବି ସ୍କୁଲରେ ଆଶ୍ରୟ ନେଇଛନ୍ତି ।
ତିତଲି ପ୍ରଭାବିତ ଅଂଚଳରେ ସରକାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ବାସ୍ତବ ସ୍ଥିତି ଯାହା ସେଥିରୁ ଏହାର କୋ÷ଣସି ପ୍ରମାଣ ମିଳୁନାହିଁ । ସରକାର ଏତେ ଟଙ୍କା କେଉଁଠି ଓ କିଭଳି ଖର୍ଚ୍ଚ କଲେ ତାହା ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି । ମାଡ଼ ଗାଁରେ ଦୁଇଜଣ ପିଲା ବାତ୍ୟାରେ ପ୍ରାଣ ହରାଇଥିଲେ ବି ସରକାର ତାହାକୁ ମାନୁ ନାହାନ୍ତ ି । ବିଜେପିର ଏହି ପ୍ରତିନିଧି ଦଳ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ର କଇଁପୁର ପଂଚାୟତ ସହ ଅନ୍ୟ କେତେକ ଅଂଚଳର ସ୍ଥିତି ଅନୁଧ୍ୟାନ କରିଥିଲେ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions