ରାଜ୍ୟ

ତିତଲି ପାଇଁ କେନ୍ଦ୍ର ପକ୍ଷରୁ ୧୦୨୩ କୋଟିର ଅତିରିକ୍ତ ସହାୟତା

Published

on

ଭୁବନେଶ୍ୱର ୧୭/୧୨ : ଓଡ଼ିଶାର ତିତଲି କ୍ଷତିଗ୍ରସ୍ତ ଅଂଚଳ ପାଇଁ କେନ୍ଦ୍ର ସରକାର ୧୦୩ କୋଟି ୫୯ ଲକ୍ଷର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ଓଡ଼ିଶାକୁ ଏହି ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ତ୍ରିପୁରାକୁ ମଧ୍ୟ ୨୬୮ କୋଟି ୬୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି, କୃଷିମନ୍ତ୍ରୀ ରାଧା ମୋହନ ସିଂ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ତିତଲି ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ସହ ଫୋନରେ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version