ବଲାଙ୍ଗୀର ୨୦/୪ : ପୁଣି ଜଣେ ଶିଶୁ ଦୁଷ୍କର୍ମର ଶିକାର ଅଭିଯୋଗ ଆସିଛି ବଲାଙ୍ଗୀରରେ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଏକ ଲଜକଜାଜନକ ଘଟଣା ଘଟିଛି । ଆଜି ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ସେହି ଗାଁର ଜଣେ ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଶିଶୁଟିକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଜଣାପଡ଼ିବା ପରେ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ନାବାଳକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।