ଭୁବନେଶ୍ୱର ୧୫/୪ : ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ । ବହିଷ୍କୃତ ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋଙ୍କ ନିଷ୍ପତି କ୍ରମେ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ନିରଂଜନ ପୁଜାରୀ ଓ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ନିଯୁକ୍ତି ଦେଇଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ ।