ଭୁବନେଶ୍ୱର ୨୭/୫ : ତିଲକ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ମୁମ୍ବାଇ –ହାୱଡ଼ା ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନରେ ନିଆଁ ଲାଗିବା କାରଣରୁ ସମସ୍ତ ଯାତ୍ରୀ ଜୀବନ ବିକଳରେ ଡ଼େଇଁ ତଳକୁ ଓହ୍ଲାଇପଡ଼ିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । । ରାଉରକେଲା ରେଳୱେ ଷ୍ଟେସନ ଦେଇ ଯିବା ପରେ ଝାଡ଼ଖଣ୍ଡର ଲୋଟାପାହାଡ଼ –ଚକ୍ରଧରପୁର ଷ୍ଟେସନ ମଝିରେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଗୋଟିଏ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଂଚି ନିଆାଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।