ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତା ଛେତ୍ରୀ ରାଜ୍ୟସଭାରେ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ବୁଧୁବାର ବେକରେ ଏକ ଫାଶି ଦଉଡି ପକାଇ ସାଂସଦକୁ ଆସିଥିଲେ। ଦଳର ଅନ୍ୟତମ ସାଂସଦ ଡୋଲା ସେନ ଦଉଡ଼ିର ଅନ୍ୟ ପାଖକୁ ଧରି ପ୍ରତିବାଦରେ ସାମିଲ ହୋଇଥିଲେ। ସରକାରୀ ଦଳ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି କହି ତୃଣମୂଳ କଂଗ୍ରେସର ସାଂସଦମନେ ରାଜ୍ୟସଭାରେ ସେମାନଙ୍କର ପ୍ରତିବାଦ ଶେଷ ଦିନ ପର୍ଯ୍ୟନ୍ତ ଜାରି ରଖଥିଲେ।
ବୁଧୁବାର ଏହି ପ୍ରତିବାଦ ଚାଲିଥିବା ବେଳେ ଅଧ୍ୟକ୍ଷ ଗୁହକୁ ଅନିର୍ଦ୍ଦିଷ୍ଟ କଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ହେବାପରେ ମଧ୍ୟ ଶାନ୍ତା ବେକରେ ଫାଶି ଦଉଡ଼ି ପକାଇ ରଖିଥିବାର ଦେଖା ଯାଇଥିଲା। ଲବିରେ ତାଙ୍କୁ ଦେଖି ଦଉଡ଼ି ଆଉ ଦରକାର ନାହିଁ କହିଥିଲେ। ଶାନ୍ତା ଦଳୀୟ ସାଂସଦମାନକୁ ପଚାରିଥିଲେ “ଏବେ ଏଇଟା କାଢ଼ିଦେବି?” ଏହା ଶୁଣି ଲବିରେ ଥିବା ସାଂସଦମାନେ ଯୋର ଯୋରରେ ହସିଥିଲେ।