National

ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

Published

on

ଭୁବେନଶ୍ୱର: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଦେଶର ଛଅଶହଟି ଜିଲ୍ଲାରେ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ କୌଶଳ ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ କୋଭିଡ-୧୯ ସମ୍ପର୍କୀତ କୌଶଳ ଏବଂ ନୂତନ ସମୟ ଉପରେ ଗୁରୁତ୍ୱ ଦେବ ।
ସ୍କିଲ ଇଣ୍ଡିଆ ମିଶନ ନାମରେ ତୃତୀୟ ପର୍ଯ୍ୟାୟରେ ଏହି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନରେ ୨୦୨୦-୨୧ ଅବଧି ମଧ୍ୟରେ ୯୪୮. ୯0 କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସମ୍ପର୍କୀତ ତାଲିମ ୭୨୯ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଏବଂ ୨୦୦ଟି ଆଇଟିଆଇରେ ତାଲିମ ଦିଆଯାଇ ଯୁବଗୋଷ୍ଠୀଙ୍କୁ ବୃତ୍ତିଗତ କୁଶଳୀ କରାଯିବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏହି ଯୋଜନାର ତୃତୀୟ ପର୍ଯ୍ୟାୟର କୋଭିଡ-୧୯ମହାମାରୀକୁ ନେଇ ପରିବେଶ ଅନୁକୂଳ କୌଶଳ ବିକାଶ ନୀତି ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଜୁଲାଇ ୧୫ ତାରିଖ ଦିନ ‘ସ୍କିଲ ଇଣ୍ଡିଆ ମିଶନ’ ର ମିଶନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଶାତୀତ ଭାବେ ସଫଳତା ମିଳିଥିଲା । ଏହି ମିଶନକୁ ନେଇ ଭାରତ ବିଶ୍ୱର ‘କୌଶଳ ରାଜଧାନୀ’ ଭାବରେ ପରିଚିତି ଲାଭ କରିଥିଲା । ଯୋଜନାର ଏହି ତୃତୀୟ ପର୍ଯ୍ୟାୟକୁ କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ରାଜ୍ୟମନ୍ତ୍ରୀ ରାଜ କୁୁମାର ସିଂ ଶୁଭାରମ୍ଭ କରିିିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version