ରାଜନୀତି

ତୃତୀୟ ପର‌୍ୟ୍ୟାୟ ମତଦାନରେ ତ୍ରୃଟି : ୧୨ଟି ବୁଥରେ ହେବ ସାନି ମତଦାନ

Published

on

ଭୁବନେଶ୍ୱର ୨୭/୪ : ୧୨ଟି ବୁଥରେ ହେବ ସାନି ମତଦାନ । ଗତ ୨୩ ତାରିଖରେ ତୃତୀୟ ପର‌୍ୟ୍ୟାୟ ମତଦାନ ବେଳେ ପରିଚାଳନାଗତ ତ୍ରୃଟି ଯୋଗ ଁ ପୁଣି ଭୋଟିଂ ହେବ । କେତକ ଜାଗାରେ କଂଟ୍ରୋଲ ୟୁନିଟ୍, ବାଲଟ ୟୁନିଟ୍ ଓ ଭିବିପ୍ୟାଟରୁ ଗୋଟିଏ ୟୁନିଟ୍ ଖରାପ ଥିଲା । ଏଭଳି କ୍ଷେତ୍ରରେ ୩ଟି ଯାକ ୟୁନିଟ୍ ବଦଳିବା କଥା, କିନ୍ତୁ ତାହା କରାଯାଇନଥିବାରୁ ସାନି ନିର୍ବାଚନ କରାଯିବ । ଏନେଇ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ତେବେ ସାନି ମତଦାନ ହେବାକୁ ଥିବା ୧୨ଟି ବୁଥଗୁଡିକ ମଧ୍ୟରେ ଆଠଗଡର ୪ଟି, ବ୍ରହ୍ମଗିରିର ୨ଟି ଓ ବଡମ୍ବା, ଦେଓଗଡ, ସତ୍ୟବାଦୀ, ତାଳଚେର , ଭୁବନେଶ୍ୱର ମଧ୍ୟ ଏବଂ ଘସିପୁରାରେ ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକ ବଡମ୍ବା ଆସନର ୧୯୬ ନମ୍ବର ବୁଥରେ ଆଉ ଥରେ ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଦେଓଗଡର ୧୮୩ ନମ୍ବର ବୁଥ, ପୁରୀ ବ୍ରହ୍ମଗିରିର ବୁଥ ନମ୍ବର ୨୨୨, ପୁରୀ ସତ୍ୟବାଦୀର ୭୮ ନମ୍ବର ବୁଥ , ବ୍ରହ୍ମଗିରିର ୬୨ ନମ୍ବର ବୁଥ, ତାଳଚେର ର ୮୫ ନମ୍ବର ବୁଥ, ଆଠଗଡର ୯୦, ୧୦୦, ୧୩୭ ଓ ୧୩୮ ନମ୍ବର ବୁଥର ହେବ ସାନି ମତଦାନ । ଅନ୍ୟପଟେ, ଭୁବନେଶ୍ୱର ୧୨୭ ନମ୍ବର ବୁଥ ଏବଂ ଘସିପୁରାରରେ ୧୭୧ ନମ୍ବର ବୁଥରେ ସାନି ମତଦାନ ହେବା ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version