ଦେଶ ବିଦେଶ

ତେଜପ୍ରତାପଙ୍କ ସୁରକ୍ଷାକର୍ମୀ ଗଣମାଧ୍ୟମ କର୍ମୀଙ୍କୁ ପିଟିଲେ

Published

on

ବିହାର ୧୯/୫ : ତେଜପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଗଣମାଧ୍ୟମ କର୍ମୀଙ୍କୁ ବାଡେଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ଜଣେ ଦୈନିକ ଖବରକାଗଜର ଫଟୋଗ୍ରାଫର ଗଭୀର ଆଘାତ ହୋଇଛି । ଅନ୍ୟପକ୍ଷରେ ଜଣେ କ୍ୟାମେରାମ୍ୟାନ୍ ଙ୍କ ଗୋଡ଼ ଗାଡି ଚକା ତଳେ ଆସିଯାଇଛି । ତେଜପ୍ରତାପ ଯାଦବ ନିଜ ସମର୍ଥକଙ୍କ ସହ ଭୋଟ୍ ଦେବା ପାଇଁ ପାଟଣାର ବେଟନରୀ କଲେଜ୍ ମୈଦାନ ସ୍ଥିତ ମତଦାନ କେନ୍ଦ୍ର ପହଁଚିଥିଲେ ।ଯେଉଁଠାରେ ଏହି ଘଟଣା ଘଟିଥିଲା । ଏହି ମାମଲାରେ ଯେତେବେଳେ ତେଜପ୍ରତାପ ଯାଦବଙ୍କୁ ପ୍ରଶ୍ନ ପଚରାଗଲା ସେତେବେଳେ ସେ ସଫେଇ ଦେଇ କହିଥିଲେ ମୋ ଗାଡିର କାଚକୁ ଭାଙ୍ଗି ଦିଆଗଲା । ଆମ ଲୋକଙ୍କ ଉପରକୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରାଗଲା । ତେଜପ୍ରତାପ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାରପିଟକୁ ମଧ୍ୟ ଖଣ୍ଡନ କରିଛନ୍ତି ।
ଗୁରୁତର ଗଣମାଧ୍ୟମ କର୍ମଚାରୀଙ୍କ କହିବାନୁସାରେ ତାଙ୍କ ଗୋଡ଼ ଉପରେ ତେଜପ୍ରତାପ ଗାଡ଼ି ଚଢାଇଛନ୍ତି । ଯାହାପରେ ସେ ନିଜ ହାତରେ ଗାଡିକୁ ଧକ୍କା ମାରିଥିଲେ । ତେବେ ତେଜପ୍ରତାପ ନିଜ ସୁରକ୍ଷା ପାଇଁ ସରକାରୀ ଗାର୍ଡସଙ୍କ ସହ ବାଉନ୍ସରଙ୍କୁ ମଧ୍ୟ ସାଙ୍ଗରେ ନେଇ ଚାଲିଥାନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version