ଦେଶ ବିଦେଶ

ତେଜ ବାହାଦୂରଙ୍କ ଆବେଦନ ଖାରଜ

Published

on

ବାରଣାସୀ ୯/୫ : ବିଏସଏଫରୁ ବହିଷ୍କୃତ ଯବାନ ତଥା ବାରାଣାସୀରେ ସମାଜବାଦି ପାର୍ଟିର ପ୍ରାର୍ଥୀ ହୋଇଥିବା ତେଜବାହାଦୂର ଯାଦବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗ ଯାଦବଙ୍କ ପାର୍ଥୀପତ୍ରକୁ ରଦ୍ଦ କରିଦେଇଥିବାରୁ ତାହାକୁ ଚ୍ୟାଲେଞ୍ଜ କରି ଯାଦବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ତେଜ ବାହାଦୁର ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଜଣେ ସପା ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେବେ ପୂର୍ବରୁ ମଧ୍ୟ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ଦୁଇଟି ଯାକ ପ୍ରାର୍ଥୀପତ୍ରରେ ବିସଙ୍ଗତି ଥିବା ଦେଖି ନିର୍ବାଚନ କମିସନ୍ ତାଙ୍କୁ ବିଏସଏଫରୁ ଏନ୍ଓସି ଆଣିବାକୁ କହିଥିଲେ । ତେବେ ତେଜବାହାଦୁର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଏସଏଫରୁ ଏନ୍ଓସି ଆଣିବାରେ ବିଫଳ ହେବାରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଇଥିଲା । ଆୟୋଗର ଏହି ରାୟ ବିରୋଧରେ ଯାଦବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version