ତେଲେଙ୍ଗାନା ୧୩/୧ : ତେଲେଙ୍ଗାନାରେ ଜଣେ ଓଡ଼ିଆ ଶ୍ରମିକ କାରଖାନାରେ କାମ କରୁଥିବାବେଳେ ପ୍ରାଣ ହରାଇଛନ୍ତି । ସେ କାରଖାନାର ଏକ ମେସିନରେ ଚାପି ହୋଇ ପ୍ରାଣ ହରାଇଥିବା କୁହାଯାଉଥିଲେ ହେଁ, ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ନରସିଂହପୁରର ମନୋରଞ୍ଜନ ମହାପାତ୍ର ନାମକ ଏହି ଶ୍ରମିକ ଜଣକ ତେଲେଙ୍ଗାନା କରିମ୍ ନଗରର ଏକ ଗ୍ରାନାଇଟ ଫ୍ୟାକ୍ଟ୍ୟିରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ମାତ୍ର ୧୫ ହଜାର ଟଙ୍କା ଦେଇ ମୃତ ଦେହକୁ ତାଙ୍କ ଗାଁକୁ ପଠାଇ ଦେଇଛନ୍ତି । ମୃତ୍ୟୁର କାରଣ ଏବେବି ରହସ୍ୟଘେରରେ ରହିଥିବାରୁ ପରିବାର ପକ୍ଷରୁ ଉଭୟ କରିମନଗର ଓ ନୀଳଗିରି ଥାନାରେ ଏତଲା ଦିଆଯାଇଛି । ଘଟଣାର ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।