ନୂଆଦିଲ୍ଲୀ: କଂଗ୍ରେସରେ ପୁଣି ଏକ କାମରାଜ ପ୍ଲାନର ଆରମ୍ଭ ହୋଇଛି। ଏହି ପ୍ଲାନ ଅନୁସାରେ ବାରିଷ୍ଟ ନେତାମାନଙ୍କୁ ମାର୍ଗ ଦର୍ଶକ ସ୍ଥାନରେ ବସାଇବାର ଯୋଜନା କରାଯାଉଛି।
ତୋଗଲକ ଲେନରେ ଥିବା ରାହୁଲ ଗାନ୍ଧୀଙ୍କ ବାସ ଭବନରୁ ବର୍ତ୍ତମାନ ଏହି ପ୍ଲାନକୁ ସଫଳ ରୂପ ଦେବାର ବ୍ୟବସ୍ଥା ହେଉଛି। ତୋଗଲକ ଲେନ କ୍ଳବ ଅର୍ଥାତ ରାହୁଳଙ୍କ ଗୋଷ୍ଠୀ ଏହି କାର୍ଯ୍ୟରେ ଲାଗି ପଡିଛନ୍ତି।
ଦଳର ୨୩ ବରିଷ୍ଠ ନେତାମାନଙ୍କୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବାକୁ ଏହି କ୍ଳବ ବାଧ୍ୟ କରିଥିଲା। ବରିଷ୍ଠ ନେତାମାନଙ୍କ କଥା ନା ସୋନିଆ ଶୁଣୁଥିଲେ ନା ରାହୁଲ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସୋନିଆ ରାହୁଳଙ୍କ ପାଖକୁ ପଠାଇ ଦେଉଥିଲେ। ଏବଂ ରାହୁଲ ଏହି ସବୁ ବିଷୟ ଉପରେ ନିଷ୍ପତି ନେବାକୁ ତୋଗଲକ ଲେନ କ୍ଲବ ଉପରେ ଛାଡି ଦେଉଥିଲେ। ଏହି ମଉକାରେ କ୍ଲବର ସଦସ୍ୟମାନେ ବରିଷ୍ଠମାନଙ୍କୁ ଅପମାନିତ କରିବାକୁ ପଛାଉ ନଥିଲେ।ଏଣୁ ଅତିଷ୍ଟ ହୋଇ ବରିଷ୍ଠ ନେତାମାନେ ସେମାନଙ୍କର କ୍ଷଭୋ ଜଣାଇବା ଛଡା ଉପାୟ କିଛି ନଥିଲା।
ନିକଟରେ ମଧ୍ୟପ୍ରଦେଶର ସାନି ନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକମାନଙ୍କ ନାମ ଚୂଡାନ୍ତ କରି ପଠାଇଲେ, ରାହୁଳଙ୍କ ଅନୁଗତ କେ ସି ଭେନୁଗୋପାଳ ତିନି ଦିନ ପର୍ଯ୍ୟନ୍ତ ତାହାକୁ ଅଟକାଇ ରଖିଲେ। ଭେନୁଗୋପାଳ ରାହୁଲ ଗାନ୍ଧୀଙ୍କ ସହ କାହାର ଭେଟ ବି କରାଇଦେଲେନି। ଦ୍ୱାରପାଳ ଭାବେ ଜଗି ରହିଲେ।
ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅଗଷ୍ଟ ୧୫ ଦିନ ଜାତୀୟ ପତାକା ଉତ୍ତୋଳନ ବେଳେ ସେଭଳି କିଛି ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀ ପତାକା ଉତ୍ତୋଳନ କରିବାକୁ ମନା କରିବାରୁ ବରିଷ୍ଠ ନେତା ଏକେ ଆଣ୍ଠୋନୀଙ୍କୁ ଡକା ଯାଇଥିଲା। ହେଲେ ରାହୁଲ ଚାହିଂଲେ ମଞ୍ଚରେ ଦଳର ସଂଗଠନ ସାଧାରଣ ସମ୍ପାଦକ ଭେନୁଗୋପାଳ ମଧ୍ୟ ରହିବେ। ହେଲେ କେରଲରୁ ଦୁଇ ଦୁଇ ଜଣ ରହିବା କଥା ଉଠିବାରୁ ରାହୁଲ ଲୋକ ସଭାରେ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ମଞ୍ଚ ଉପରକୁ ଉଠିବାକୁ କହିଥିଲେ।
ସେଠାରେ ଉପସ୍ଥିତ ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କୁ କେହି ପଚାରି ନ ଥିଲେ।
ସେହିଭଳି ରାଜସ୍ଥାନ ପ୍ରଭାରୀଭାବେ ଅଜୟ ମେକନଙ୍କୁ ପଠା ଯିବା ପଛରେ ଏହି କ୍ଲବର ହାତ ଥିଲା।
ଏହିଭଳି କେତେକ ଘଟଣାରେ ବରିଷ୍ଠ ନେତାମାନେ ଦଳ ଭିତରେ ନିଜକୁ ଅଲୋଡ଼ା ମନେ କରୁଥିଲେ। ଏବଂ ସେମାନଙ୍କର ମାନେଭାବ ଦଳର ହାଇକମାଣ୍ଡଙ୍କୁ ଜଣାଇବାକୁ ସ୍ଥିର କରି ଚିଠି ଲେଖିଥିଲେ।
ତେବ ଏଭଳି ଏକ ମଉକା ଖୋଜୁଥିଲେ ତୋଗଲକ ଲେନ କ୍ଲବର ସଦସ୍ୟମନେ।
ଗୋଟିଏ ଝଟକାରେ ଅନେକ ବରିଷ୍ଠଙ୍କ ମୋହଭଙ୍ଗ କରିବାର ମଉକା ସେମାନେ ହାତଛଡା କରିବେ ବା କାହିଁକି।
ଚିଠି ଲେଖି ଅପମାନ ପାଇବା ପରେ ବରିଷ୍ଠମାନେ ଏଣିକି ଦୂରେଇ ରହିବେ। ତୋଗଲକ ଲେନ କ୍ଲବର ସଦସ୍ୟମାନଙ୍କୁ ଏଥର ଦଲକୁ କବଜାକୁ ନେବାକୁ ସୁବିଧା ହେବ।
ବରିଷ୍ଠମାନେ ହଟିଗଲେ ତୋଗଲକ ଲନେ କ୍ଲବର ଲାଭ ହୋଇପାରେ। ହେଲେ ଦଳର ଲାଭ ହେବକି?
ଭେନୁଗୋପାଳ ଓ ରାଜୀବ ସତ୍ଵଭ ଦଳୀୟ ନିର୍ଦ୍ଦେଶ ସତ୍ୱେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ି ନ ଥିଲେ। ଅଜୟ ମାକେନ୍ ଦିଲ୍ଲୀ ଲୋକସଭା ଆସନରୁ ଦୁଇ ଦୁଇ ଥର ଲଢି ଅମାନତ ହରାଇଛନ୍ତି।