ନୂଆଦିଲ୍ଲୀ ୭/୪ :ତ୍ରାଲରେ ରବିବାର ଆତଙ୍କବାଦୀଙ୍କ ଉପରକୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟର କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହାର ମଧ୍ୟରେ ସୁରକ୍ଷାବାହିନୀଙ୍କ ସହିତ ଆତଙ୍କବାବୀମାନେ ମୁହାଁମୁହିଁ ହୋଇଛନ୍ତି । କୁହାଯାଉଛି ଯେ ପ୍ରାୟ ୨-୩ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷାବଳର ଯବାନମାନେ ସଂପୃକ୍ତ ଅଂଚଳକୁ ଘେରି ଯାଇଥିବା ବେଳେ ଉଭୟ ପକ୍ଷରୁ ରହି ରହି ଗୁଳି ବିନିମୟ ହେଉଛି ।
ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ସହିତ ଆତଙ୍କବାଦୀଙ୍କର ଶନିବାର ଏନକାଉଣ୍ଟର ହୋଇଛି । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ସୋପିଆରେ ଏକ ବଗିଚାରୁ ଆଚଙ୍କବାବାଦୀମାନେ ସେନା ଉପରକୁ ଗୁଳି କରିଥିଲେ । ଏହାର ଜବାବୀ କାର୍ୟ୍ୟାନୁଷ୍ଠାନ ନେଇଥିଲା ସେନା । ଉଭୟ ପକ୍ଷରୁ ଦୀର୍ଘ ସମୟ ଯାଏଁ ଗୁଳି ବିନିମୟ ହୋଇଥିଲା । ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ପରିଚୟ ମିଳି ନାହିଁ ।