ରାଜନୀତି

ଥରେ ସୁଯୋଗ ଦେଲେ ଓଡ଼ିଶାକୁ ଏକ ନମ୍ବର କରିବୁ : ଅମିତ ଶାହା

Published

on

କଟକ ୨୯/୧ : ଓଡ଼ିଶାବାସୀ ଯଦି ବିଜେପିକୁ ୫ ବର୍ଷ ପାଇଁ ଶାସନ ସୁଯୋଗ ଦେବେ ତେବେ ଓଡ଼ିଶାକୁ ବିଜେପି ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବ ବୋଲି ସ୍ୱପ୍ନ ଦେଖାଇଛନ୍ତି ଦଳର ସଭାପତି ଅମିତ ଶାହା । ମଙ୍ଗଳବାର ସାଲେପୁରର କୁଳିଆଠାରେ ଏକ କର୍ମୀ ସମାବେଶରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ବିଜେଡ଼ିର ୧୯ ବର୍ଷ ସରକାରକୁ ୧୯ ମସିହାରେ ଓଡ଼ିଶାବାସୀ ହଟାଇବା ଦରକାର । ଏହା ହେଲେ ବିଜେପି ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଘଟାଇ ପାରିବ । ବିଜେପି ‘ମଜବୁର ସରକାର ନୁହେଁ, ମଜବୁତ ସରକାର’ ଦେଇପାରିବ । ବିଜେଡ଼ିର ୧୯ ବର୍ଷର ଶାସନ ପରେ ବି ରାଜ୍ୟରୁ ଦାରିଦ୍ର‌୍ୟ ହଟିନି । ଇତିମଧ୍ୟରେ କେନ୍ଦ୍ର ସରକାର ୫ ଲକ୍ଷ ୩ ହଜାର କୋଟି ଟଙ୍କାର ଅନୁଦାନ ଦେଇଥିଲେ ହେଁ, ସେ ସବୁ ଅର୍ଥ ଲୋକଙ୍କ ନିକଟରେ ପହଂଚିପାରିନି ।
ମୋଦୀ ‘ନ୍ୟୁ ଓଡ଼ିଶା’ର ସ୍ୱପ୍ନ ଦେଖୁଛନ୍ତି । ସେ ହିଁ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇପାରିବେ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାର୍ଟି, ନେତାଙ୍କ ପାର୍ଟି ନୁହେଁ ବୋଲି ଶ୍ରୀ ଶାହା କହିଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାବେଶରେ ଉଦବୋଧନ ଦେଇ କହିଛନ୍ତି ଯେ, ବିଜେଡ଼ି ଶାସନ କାଳରେ ରାଜ୍ୟବାସୀ ଅନେକ ସୁବିଧା ସୁଯୋଗରୁ ବଂଚିତ ହୋଇଚାଲିଛନ୍ତି । ସମସ୍ତଙ୍କ ନିକଟରେ ଏପର୍ଯ୍ୟନ୍ତ ବିଜୁଳି ଓ ପାନୀୟ ଜଳ ପହଂଚି ନପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।

Leave a Reply

Your email address will not be published. Required fields are marked *

Trending

Exit mobile version