ଦିଗପହଣ୍ଡି ୧୬/୧୨ : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଂଚଳରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ତା’ ବେକ ନିକଟରୁ ରକ୍ତ ଝରିଥିବା ଲକ୍ଷ୍ୟ କରାଯାଇଛି । ମେଘଝୋଳି ଓ ନିମଖଣ୍ଡି ମଧ୍ୟବର୍ତ୍ତୀ ଅଂଚଳରେ ହାତୀଟି ମରି ପଡ଼ିଥିବା ଦେଖି ଲୋକମାନେ ବନ ବିଭାଗକୁ ଜଣାଇଥିଲେ । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତାକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।