ରାଜ୍ୟ

ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା

Published

on

ଢେଙ୍କାନାଳ ୨୬/୩ : ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା । ଢ଼େଙ୍କାନାଳ ସଦର ରେଞ୍ଜ ଦୁଧକାଟେନି ନିକଟ କାଜୁ ଜଙ୍ଗଲ ପାଖରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ ସୁକାନ୍ତି ପ୍ରଧାନ ଓ ଡମ୍ବରୁ ପ୍ରଧାନ ବାଇକ୍ ଯୋଗେ ଦୋଳ ଯାତ୍ରା ଦେଖି ଫେରିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କର ଚିକିତ୍ସାଳୟରେ ମୃତ୍ୟୁ ଘଟିଛି । ତେବେ ଏହା ପୂର୍ବରୁ ଅନେକ ଥର ପର୍ଜଙ୍ଗ ଅଂଚଳରେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେଣୁ ବାରମ୍ବାର ଏପରି ଭାବରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଚାଲିଯାଉଥିବାରୁ ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିବା ସହ ହାତୀ ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦାବି କରିଛନ୍ତି ।
ତେବେ ଏନେଇ ବନବିଭାଗ କର୍ମଚାରୀ କହିଛନ୍ତି ଯେ, ଅନେକ ସମୟରେ ହାତୀଦଳ ମଧ୍ୟରୁ ଗୋଟିଏ ହାତି ଅଲଗା ହୋଇ ଏଣେ ତେଣେ ବୁଲିବା ସମୟରେ ହିଁ ଏପରି ଦୁର୍ଘଟଣା ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version