ସୁନ୍ଦରଗଡ ୬/୪ : ପାତ୍ରପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଜଣଙ୍କ ମହୁଲ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ମୁରଲି ସା ନାମକ ବ୍ୟକ୍ତି ସବୁଦିନ ଗ୍ରାମ ପାଖରେ ଥିବା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥାନ୍ତି । ଆଜି ମଧ୍ୟ ସେ ଜଙ୍ଗଲକୁ ଯାଇଥିଲେ । ସେହି ସମୟରେ ସେ ହାତୀପଲଙ୍କ ସହ ସାମ୍ନସାମ୍ନି ହୋଇଥିଲେ । ତେବେ ଗୋଟିଏ ଦନ୍ତାହାତୀ ତାଙ୍କୁ ଦଳିଦେବା ସହ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ । ପୋଲିସ ଏବଂ ବନବିଭାଗ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।