ପୁରୀ ୭/୪ : ଦଳ ଅଣଦେଖା ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି କୃଷ୍ଣ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା କହିଛନ୍ତି । କୃଷ୍ଣଙ୍କ କହିବା ମୁତାବକ, ପୁରୀ ବିଧାନସଭା ପାଇଁ ଦଳ ମୋତେ ଚଳିତଥର ପ୍ରାର୍ଥୀ କରିବାକୁ ଲିଖିତ ନିର୍ଦ୍ଦେଶ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଚଞ୍ଚକତା କରି ମୋ ପ୍ରାର୍ଥୀପତ୍ରକୁ ନାକଚ କରି ଅନ୍ୟଦଳର ନେତାଙ୍କୁ ପ୍ରାର୍ଥୀ କରାଗଲା ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି କୃଷ୍ଣ ।
ଏପରିକି ଦୀର୍ଘ ୧୬ ବର୍ଷ ଧରି ଦଳ ପାଇଁ ଦିନରାତି ଏକ କରି କାର୍ୟ୍ୟ କରୁଆସୁଥିଲେ ମଧ୍ୟ ଚଳିତ ନିର୍ବାଚନରେ ମୋ ପ୍ରାର୍ଥୀ ପତ୍ରକୁ ରାଜ୍ୟ ନେତୃତ୍ୱ ଯେଉଁଭଳି ମୋ ସହିତ ଛଳନା କରିଛନ୍ତି ତାହା ମୋତେ ମର୍ମାହତ କରିଛି ବୋଲି ଇସ୍ତଫା ପତ୍ରରେ କହିଛନ୍ତି କୃଷ୍ଣ । ଏହାମଧ୍ୟ ମୋ ସହିତ କାର୍ୟ୍ୟକରୁଥିବା ହଜାର ହଜାର କାର୍ୟ୍ୟକର୍ତ୍ତାମାନଙ୍କୁ ଏହା ବ୍ୟଥୀତ କରିଛି । ତେଣୁ ଆମେ ଦଳରୁ ସମୂହ ଇସ୍ତଫା ଦେଇଛୁ ।