ରାଜନୀତି

ଦଳ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ : ନବୀନ

Published

on

ଭୁବନେଶ୍ୱର ୧୧/୩ : ନିର୍ବାଚନୀ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ତାଙ୍କ ଦଳ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହା ସହିତ ଖୁବ୍ ଶୀଘ୍ର ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ଲଗାତାର ୪ ଥର ନିର୍ବାଚନ ଜିତିବା ପରେ ଏଥର ୫ମ ଥର ପାଇଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଚନ୍ତି ନବୀନ । ଗୋଟିଏ ପଟେ ପୁଲୱାମା ପରେ ମୋଦିଙ୍କ ହାୱା ଆଉ ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ନୂଆ ଜୋଶ ନେଇ କଂଗ୍ରେସର ରଣନୀତି, ଆଉ ତା ଭିତରେ ସ୍ୱଚ୍ଛ ରାଜନୀତି ଓ ଓଡିଶା ବିକାଶର ନାରା ଦେଇ ନିର୍ବାଚନ ଲଢିବାକୁ ଯାଉଛନ୍ତି ନବୀନ । ଓଡିଶାବାସୀଙ୍କ ସମର୍ଥନ ହାସଲ ପାଇଁ ୪ର୍ଥ ପାଳିରେ ନବୀନ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଗୋଟିଚାଳନା କରିଛନ୍ତି, ତା ଭିତରେ କାଳିଆ, ପୀଠା ଓ ମିଶନ ଶକ୍ତି ପ୍ରମୁଖ ରହିଛି । କାଳିଆ ଯୋଜନା ମାଧ୍ୟମରେ ଚାଷୀ ପରିବାରର ସମର୍ଥନ ହାସଲ ପାଇଁ ବଡ ଉଦ୍ୟମ କରିଛନ୍ତି ନବୀନ । ଏବେ ଦେଖିବାର କଥା ୨୦୧୯ର ସାଧାରଣ ନିର୍ବାଚନରେ ଓଡିଶାବାସୀ କାହା ମୁଣ୍ଡରେ ସୁନାକଳସ ଢାଳୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version