ରାଜନୀତି

ଦଳ ବିରୋଧୀ କାର‌୍ୟ୍ୟ : ପାର୍ଟିରୁ ୩ ନିଲମ୍ବିତ, ୩ ବହିଷ୍କୃତ

Published

on

ଭୁବନେଶ୍ୱର ୨୧/୪ : ଦଳ ବିରୋଧୀ କାର‌୍ୟ୍ୟ ପାଇଁ କଠୋର ପଦକ୍ଷେପ ନେଇଛି ରାଜ୍ୟ କଂଗ୍ରେସ ଦଳ। ଗତକାଲି ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦ, ୨୯ ନମ୍ବର ଜୋନ୍ କଂଗ୍ରେସ ସଭାପତି ପ୍ରଦୀପ୍ତ ଧଳ ଓ ଅଖିଳ ପଣ୍ଡାଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଛନ୍ତି।
ସେହିପରି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକର ୨୪ ନମ୍ବର ଜୋନ୍ କଂଗ୍ରେସ ସଭାପତି ବିପିନ୍ ବିହାରୀ ନାୟକ, ୨୨ ନମ୍ବର ଜୋନ୍ ସଭାପତି ରଜନୀକାନ୍ତ ବଳିୟାରସିଂ ଏବଂ ଓଡଗାଁ ବ୍ଲକ ୩ ନମ୍ବର ଜୋନ୍ ସଭାପତି ବିମଳ କୁମାର ଦାଶଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version