ନୟାଗଡ଼ ୩୧/୫ : ଦାଦନ କଟିବାକୁ ଯାଉଥିବା ବ୍ୟକ୍ତି ଅକଥନୀୟ ନିର୍ୟ୍ୟାତନା ଶୀକାର ହେଉଛନ୍ତି । ପୁଣି ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି । ଦୁବାଇରେ ପ୍ରାୟ ୧୦ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି । ସେମାନେ ସେଠାରୁ ମୁକୁଳିବାକୁ ଭିଡ଼ିଓ ଜରିଆରେ ଆକୁଳ ନିବେଦନ କରିଛନ୍ତି ।
ମିଳିଥିବା ପ୍ରାଥିମିକ ସୂଚନା ମୁତାବକ, ନୟାଗଡ଼ର ୧୦ ଜଣ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିଲେ । ମାତ୍ର ସେଠାରେ ତାଙ୍କୁ କିଛି ମାସ ହେଲା ଦରମା ମିଳୁ ନାହିଁ । ଏହା ସହିତ ସେମାନଙ୍କୁ ନିର୍ୟ୍ୟାତନା ମଧ୍ୟ ଦିଆଯାଉଛି । ଏ ନେଇ ସେମାନେ ଏକ ଭିଡ଼ିଓ ଜରିଆରେ ଅଭିଯୋଗ କରିଛନ୍ତି । ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ଖୋର୍ଦ୍ଧା ବାଲୁଗାଁର ଜଣେ ଦଲାଲ ଶ୍ରମିକଙ୍କୁ ନେଇଥିବା ଅଭିଯୋଗ ହୋଇଛନ୍ତି । ସେପଟରେ ଶ୍ରମିକଙ୍କ ପରିବାର ଲୋକମାନେ ସରକାରଙ୍କ ନିକଟରେ ଅନୁରୋଧ କରିଥିବା ସୂଚନା ମିଳିଛି ।