ଭୁବନେଶ୍ୱର ୨୧/୩ : ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତାଙ୍କୁ ଶେଷ ଶ୍ରଦ୍ଧାଂଜଳୀ ଦେଇଥିଲେ ନବୀନ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସକାଳ ୬ଟା ୪୫ରେ ଆଖିବୁଜିଥିଲେ ସ୍ନେହଲତା । ସ୍ନେହଲତାଙ୍କ ଶେଷ ଦର୍ଶନ ପାଇଁ ବିଭନ୍ନ ବର୍ଗର ଲୋକଙ୍କ ସହ ନେତାଙ୍କ ମଧ୍ୟ ଭିଡ ଜମିଥିଲା । ବିଜେଡିର ତୁଙ୍ଗ ନେତାଙ୍କ ସହ ପାଖାପାଖି ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବାସଭବନରେ ପହଚିଂଥିଲେ । ନବୀନ ପହଚିଂବା ପରେ ଦାମ ରାଉତ ଓ ନବୀନ ପରସ୍ପରକୁ ହାତଯୋଡି ନମସ୍କାର ଜଣାଇଥିଲେ ।
ନବୀନ ଦାମଙ୍କୁ କିଛି ପଚାରିଥିବାର ଦେଖିବାକୁ ମିଳିଥିଲା । ଦାମ ବି ଏହାର ଉତର ରଖିଥିଲେ । ଏହି ସମୟରେ ପୁଅ ସମ୍ବିତ ଦାମଙ୍କ ହାତ ଧରି ନବୀନଙ୍କ ପାଖକୁ ନେଇ ଆସିଥିଲେ । ନବୀନ ଓ ଦାମଙ୍କ ସେହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ, କାରଣ ଗତ ସେପେଟମ୍ବର ୧୨ରେ ବିଜେଡିରୁ ଦାମଙ୍କୁ ବହିଷ୍କାର କରାଯାଇଥିଲା । ଏହା ପରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଦାମ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଥିଲେ । ଏହି ରାଜନୈତିକ ପୃଷ୍ଠଭୂମିରେ ନବୀନ ଦାମଙ୍କ ବାସଭବଦନକୁ ଯାଇ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଯାହା ଚର୍ଚ୍ଚାର ଘେରକୁ ଆସିଥିଲା ।