ମଧ୍ୟପ୍ରଦେଶ ୧୪/୬ : ହତଭାଗିନୀ ମା’ ଦାରିଦ୍ର୍ୟର କରୁଣ ପରିସ୍ଥିତିକୁ ସହି ନପାରି ନିଜର ୭ ମାସର ଝିଅକୁ ମାରିଦେଇଛି । ପ୍ରକୃତ ଘଟଣା ହେଉଛି ୭ ମାସ ଝିଅଟି ଗତ କିଛି ଦିନ ହେଲା ରୋଗରେ ପୀଡିତ ଥିଲା ଏବଂ ଝିଅର ଚିକିତ୍ସା ପାଇଁ ମା’ ପାଖରେ ଟଙ୍କା ନଥିଲା । ଜିଉଁ ଥାଉ ଥାଉ ଝିଅକୁ ଭଲ ଜୀବନ ଦେଇ ପାରୁନଥିବା ମା’ ବାଧ୍ୟ ହୋଇ କୁନିଝିଅଟିକୁ ମାରି ଦେଇଥିଲା । ମହିଳାଙ୍କ ନାଁ ହେଉଛି ମାୟା ଡାଙ୍ଗୋରେ । ମାୟାଙ୍କ ସ୍ୱାମୀ ଜଣେ ଶ୍ରମିକ ହୋଇଥିବା ବେଳେ ତାଙ୍କର ପୂର୍ବରୁ ୬ ବର୍ଷର ଝିଅ ରହିଛି । ପରିବାରରେ ଆର୍ଥୀକ ଅବସ୍ଥା ଶୋଚନୀୟ ହେବା କାରଣରୁ ଦୁଇ ଓଳା ଦୁଇ ମୁଠା ଭାତ ଖାଇବା ପାଇଁ ମଧ୍ୟ ସକ୍ଷମ ନଥିବା ଏହି ଦମ୍ପତି କୁନି ଝିଅଟିର ଚିକିତ୍ସା ପାଇଁ ଟଙ୍କା ଜୁଟାଇ ପାରୁନଥିଲେ । ତେଣୁ ବାଧ୍ୟ ହୋଇ ଏହି ମା’ ତା ଝିଅକୁ ମାରିବା ପାଇଁ ବାଧ୍ୟ ହୋଇଥିଲେ ।