ଅପରାଧ

ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଅପହରଣ

Published

on

ବ୍ରହ୍ମପୁର ୧୧/୬ : ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି । ଜନଗହଳି ଭିତରୁ କିଛି ଦୁର୍ବୃତ ଜଣେ ଯୁବକଙ୍କୁ ଜୋରଜବରଦସ୍ତ ଟାଣି ନେଇ ଅଟୋର ବସାଇ ଚମ୍ପଟ ମାରିଛନ୍ତି । ସହରର ଜନଗହଳିପୂର୍ଣ୍ଣ ଟାଟାବେଞ୍ଜ ଛକରୁ ଜନାନା ହସପିଟାଲ ରାସ୍ତା ମଧ୍ୟରେ ଅଟୋ ବସାଇ ଚମ୍ପଟ ମାରିଛନ୍ତି । ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିବା ସହ ଦୁଇଜଣ ଅଟୋ ଚଳାକକୁ ଅଟକ ରଖିଥିବା ସୂଚନା ମିଳିଛି । ଗତକାଲି ଦିନ ପ୍ରାୟ ସାଢେ ଗୋଟାଏବେଳେ ଟାଟାବେଞ୍ଜ ଛକରେ ଲୋକଙ୍କ ଯିବାଆସିବା ଲାଗିରହିଥିଲା । ଏହି ସମୟରେ ହଠାତ୍ ୫ରୁ ୭ ଜଣ ଯୁବକ ଅଟୋରେ ଆସି ଅଟକିଥିଲେ । ଆଉ ରାସ୍ତା ପାର ହୋଇ ଆରପଟକୁ ଯାଇଥିଲେ ।
ସେଠାରେ ଛିଡା ହୋଇଥିବା ଅନ୍ୟ ଜଣେ ଯୁବକଙ୍କୁ ଗାଳିଗୁଳଜ କରି ଧକ୍କା ମାରିଥିଲେ । ଏହାପରେ ସେମାନେ ସଂପୃକ୍ତ ଯୁବକଙ୍କୁ ରାସ୍ତା ପାର କରାଇ ଅଟୋରେ ବସାଇ କୁଆଡେ ଚାଲିଯାଇଥିଲେ । ପୋଲିସ ସେଠାରେ ପଂହଚି ଛାନଭିନ କରିବା ସହ ସିସିଟିଭି ଫୁଟଜେ ଯାଂଚ କରିଥିଲା । ଏହା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । କିନ୍ତୁୁ କାହାକୁ ଗିରଫ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version