ଲକ୍ଷେ୍ନା÷ ୨୫/୧୨ : ଉତ୍ତରପ୍ରଦେଶର ସମ୍ଭଲରେ ବିଜେପିର ଜଣେ ନେତା ହଠାତ ରାଗିଯାଇ ଜଣେ ଦିବ୍ୟାଙ୍ଗଙ୍କ ପାଟିରେ ବାଡ଼ି ପୂରାଇ ଦେଇଥିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ଅନୁଯାୟୀ ସମ୍ଭଲ ଏସଡିଏମ ଅଫିସ ସାମ୍ନାରେ ଠିଆ ହୋଇ ଜଣେ ଦିବ୍ୟାଙ୍ଗ ମଦ ନିଶାରେ ଅଭିଳେଶ ଯାଦବଙ୍କୁ ଭୋଟ ଦେବା ପାଇଁ ସ୍ଲୋଗାନ ଦେଉଥିଲେ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗାଳିଗୁଲଜ କରୁଥିଲେ । ଏହା ଦେଖିବା କ୍ଷଣି ଅମରୋହର ବିଜେପି ନେତା ମହମ୍ମଦ ମିୟାଁ ରାଗିଯାଇ ସେହି ଦିବ୍ୟାଙ୍ଗଙ୍କ ମୁହଁରେ ବାଡ଼ି ପୁରାଇ ଦେଇଥିଲେ । ତଥାପି ଦିବ୍ୟାଙ୍ଗ ଜଣକ ଡରି ନଯାଇ ପୂର୍ବପରି ଗାଳିଗୁଲଜ କରିଚାଲିଥିଲେ । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ ହେବାପରେ ଅନେକ ବ୍ୟକ୍ତି ସମ୍ପୃକ୍ତ ବିଜେପି ନେତାଙ୍କୁ ସମାଲୋଚନା କରିଛନ୍ତି ।