ଭୁବନେଶ୍ୱର ୩/୧ : ନିକଟରେ ବିଜେପି ଛାଡ଼ିଥିବା ବିଧାୟକ ଦିଲ୍ଲୀପ ରାୟ ନିଜର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୁରୁବାର ରାଉରକେଲାଠାରେ ନିଜ ସମର୍ଥକ ଓ ସହଯୋଗୀମାନଙ୍କ ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି । ବୈଠକ ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବହୁ ରାଜନୀତିକ ଦଳ ନିଜ ସଂଗଠନରେ ତାଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ସେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୋ÷ଣସି ନିଷ୍ପତ୍ତି ନେଇନାହାନ୍ତି । ନିଜ ସମର୍ଥକ ଓ ସହଯୋଗୀମାନଙ୍କ ସହ ବିଚାର ଆଲୋଚନା କରିବା ପରେ ସେ ଯାହା କିଛି ନିଷ୍ପତ୍ତି ନେବେ । ସେ ବିଜୁ ବାବୁଙ୍କର ଜଣେ ନିଷ୍ଠାପର ଅନୁଗତ । ଯେଉଁ ଦଳକୁ ଯିବେ ସେଠାରେ ସେ ବିଜୁ ବାବୁଙ୍କ ଆଦର୍ଶ ହିଁ ପ୍ରଚାର କରିବେ । ତାଙ୍କ ପାଇଁ ‘ପାର୍ଟି’ ବଡ଼ ନୁହେଁ ‘ମାଟି’ ବଡ଼ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ସେ ରାରକେଲାବାସୀଙ୍କ ପାଇଁ କାମ କରିଚାଲିବେ ।