ନୂଆଦିଲ୍ଲୀ ୯/୧୨ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କର । ଏହା ଯଦି ହଠାତ୍ ସମ୍ଭବ ନ ହେଉଛି ତେବେ ଏଥିନେଇଏକ ଧ୍ୟାଦେଶ ଆଣ । କେନ୍ଦ୍ର ସରକାରଙ୍କ ନିକଟରେ ରବିବାର ଏଭଳି ଦାବି କରିଛି ଭିଏଚ୍ପି ।
ରବିବାର ଦିଲ୍ଲୀ ରାମଲିଳା ମଇଦାନରେ ଏକ ବିରାଟ ଧର୍ମସଭାରେ ବିଶ୍ୱ ବିନ୍ଦୁ ପରିଷଦ ନେତାମାନେ ଏଭଳି ଦାବି ଉଠାଇଛନ୍ତି । ସେମାନେ କହିଛନ୍ତି େଯେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ । ଏବେ ନିର୍ବାଚନ ପୂର୍ବରୁ ତାହା କରି ଦେଖାନ୍ତୁ ବୋଲି ଭିଏଚ୍ପି ନେତାମୋନେ ଆହ୍ୱାନ ଦେଇଛନ୍ତି । ଏହି ଧର୍ମ ସଭାରେ ଦେଶର ବିଭିନ୍ନ ଅଞ୍ଚଳରୁ ୨ ଲକ୍ଷରୁ ଉଦ୍ଧ୍ୱର୍ ରାମ ଭକ୍ତ ଯୋଗ ଦେଇଛନ୍ତି ।