ଅକ୍ଷୟ କୁମାର, ରଜନୀକାନ୍ତ ଓ ଡେଜି ଶାହା ଷ୍ଟାରର ଫିଲ୍ମ ୨.୦ର ଟ୍ରେଲର ଦେଖିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର । ଖୁବ୍ଶୀଘ୍ର ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଫିଲ୍ମର ନିର୍ମାତା ଟ୍ରେଲର ତାରିଖ ଘୋଷଣା କରିଛନ୍ତି । ଫିଲ୍ମର ଟ୍ରେଲର ଦୀପାବଳିର ୩ ଦିନ ପୂର୍ବରୁ ରିଲିଜ୍ ହେବ ବୋଲି ଜଣାପଡିଛି । ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ଏକ ପକ୍ଷୀ ପଞ୍ଚରେ ସେଲ୍ଫୋନ ନଜର ଆସୁଛି । ଏହି ଫୋନର ସ୍କ୍ରିନ୍ରେ ଲେଖା ହୋଇଛି, ଟ୍ରେଲର ଲଞ୍ଚ ୩ ନଭେମ୍ବର । ଫିଲ୍ମ ୨.୦ର ଟ୍ରିଜର ଭିଡିଓ ରିଲିଜ୍ କରି ଦିଆଯାଇଛି । ୨୯ ନଭେମ୍ବରକୁ ରିଲିଜ୍ ହେବାକୁ ଯାଉଥିବା ଏହି ଫିଲ୍ମରେ ଐଶ୍ୱର୍ଯ୍ୟ ରାୟ ଅତିଥି ଭାବେ ନଜର ଆସିବେ । ପାଖାପାଖି ୫ଶହ କୋଟି ବଜେଟ୍ରେ ତିଆରି ହେବାକୁ ଯାଉଥିବା ଏହି ସିନେମାର ମାର୍କେଟିଂ ଓ ପ୍ରମୋଶନରେ ହିଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ସିନେମା ଭାରତର ସବୁଠାରୁ ଦାମୀ ଓ ଆଧୁନିକ ଚଳଚ୍ଚିତ୍ର ବୋଲି ଚର୍ଚ୍ଚା ହେଉଛି ।