ରାଜ୍ୟ

ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ଜଣେ ଆହତ

Published

on

ବଲାଙ୍ଗୀର ୧/୬ : ଟ୍ରକ ଦୁଇଟି ଆମ୍ବୁଲାନ୍ସକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ରତନପୁର ଛକରେ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିଲା । ସେହିସମୟରେ ରାସ୍ତାରେ ଯାଉଥିବା ଦୁଇଟି ଆମ୍ବୁଲାନ୍ସକୁ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ଗୋଟିଏ ଆମ୍ବୁଲାନ୍ସ ରାସ୍ତା ଉପରେ ଓଲଟି ପଡିଥିଲା । ଏଥିରେ ଥିବା ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ଆଉଜଣେ ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version