ଦେଶ ବିଦେଶ

ଦୁଇଦିନିଆ ଧର୍ମଘଟ : ସ୍ୱାଭାବିକ ଜୀବନଯାତ୍ରା କିଛି ଅଂଶରେ ବ୍ୟାହତ

Published

on

ଭୁବନେଶ୍ୱର ୮/୧ : ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମଙ୍ଗଳବାର ଠାରୁ ସାରା ଦେଶରେ ଦୁଇଦିନିଆ ଧର୍ମଘଟ ଆରମ୍ଭ ହୋଇଛି । ତେବେ ଓଡ଼ିଶାରେ ଏହାର ଆଂଶିକ ପ୍ରଭାବ ପଡ଼ିଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ଆଦି ସହରରେ ସ୍ୱାଭାବିକ ଜୀବନଯାତ୍ରା କିଛି ଅଂଶରେ ବ୍ୟାହତ ହୋଇଛି । ବିଭିନ୍ନ ଶ୍ରମିକ ସଂଗଠନର ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ । ତେବେ ବଡ଼ ବଡ଼ ସହରଗୁଡ଼ିକରେ ଏହା ସେତେ ଆଖିଦୃଶିଆ ହୋଇନଥିଲା । ଅନେକ ସ୍ଥାନରେ ଆନ୍ଦୋଳନକାରୀମାନେ ରେଳରୋକ କରିବାରୁ ଟ୍ରେନ୍ ଚଳାଚଳ ବହୁଅଂଶରେ ବ୍ୟାହତ ହୋଇଛି ।
ମଙ୍ଗଳବାର ସକାଳୁ ଅଧିକାଂଶ ସ୍ଥାନରେ ୪ ଚକିଆ ଯାନ-ବାହନ ଚଚଳାଚଳ କରୁନଥିଲେ ମଧ୍ୟ ଦୁଇଚକିଆ ଯାନ ଚଳାଚଳ କରୁଥିଲା । ସକାଳ ଓଳା ଦୋକାନବଜାର ବନ୍ଦ ରହିଥିଲେ ବି ଅପରାହ୍ନରେ ଅନେକ ସ୍ଥାନରେ ଦୋକାନବଜାର ଖୋଲିଥିଲା । ଛୋଟ ଛୋଟ ସହରଗୁଡ଼ିକରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ । କେନ୍ଦ୍ର ସରକାରଙ୍କ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ଟ୍ରେଡ୍ ୟୁନିଅନ ଏହି ବନ୍ଦ ଡାକରା ଦେଇଛନ୍ତି । କେବଳ ବିଜେପି ଛଡ଼ା ଅନ୍ୟ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଧର୍ମଘଟ ପ୍ରତି ସମର୍ଥନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version