ଭୁବନେଶ୍ୱର ୨୪/୨ : ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନ୍ତର୍ଗତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଦୁଇଦିନିଆ ରାଜ୍ୟସ୍ତରୀୟ ‘ ପଲି ଫେଷ୍ଟ-୨୦୧୯’ ଉଦ୍ଘାଟିତ ହୋଇଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ‘ ପଲି ଫେଷ୍ଟ’ ଅନୁଷ୍ଠିତ ହେଉଛି ।
ଏହି ‘ ପଲି ଫେଷ୍ଟ’ର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିେଯୋଗିତାମୂଳକ ମନୋଭାବ ଓ ଉଚ୍ଚ ଆକାଂକ୍ଷା ସୃଷ୍ଟି କରିବା । ଆଜିର ଉଦ୍ଘାଟନୀ ଉତ୍ସବରେ କ୍ରୀଡ଼ା ଓ ୩⁄୪ୁବସେବା, ପର୍ଯ୍ୟଟନ ବିଭାଗ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ ପଲି ଫେଷ୍ଟ-୨୦୧୯’ର ଶୁଭାରମ୍ଭ କରିଥିଲେ । ଶ୍ରୀ ଦେବ ତାଙ୍କ ଅଭିଭାଷଣରେ କହିଲେ ଯୋ ସର୍ବ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହିଭଳି ଫେଷ୍ଟ ପଲିଟେକ୍ନିକ୍ ଓ ଡିେ ପ୍ଲାମା ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ । ଉଦ୍ଘାଟନୀ ଉତ୍ସବରେ ସି.ଇ.ଓ, ଓଏସ୍ଡିଏ ତଥା ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଏହି ‘ ପଲି ଫେଷ୍ଟ-୨୦୧୯’ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂ ପର୍କରେ ଆଲୋକ ପାତ କରିଥିଲେ । ଶେଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଉଦ୍ଘାଟନୀ ଉତ୍ସବରେ ରାଜ୍ୟର ଛଅଗୋଟି ଜୋନ କଟକ, ବାଲେଶ୍ୱର, ବ୍ରହ୧⁄୨ ପୁର, ରାଉରକେଲା, ଖୋର୍ଦ୍ଧା ଓ ପୁରୀର ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନର ୮୬୨ ଜଣ ଛାତ୍ରଛାତ୍ରୀ ମାର୍ଚ୍ଚ ପାଷ୍ଟ କରି ଅଭିବାଦନ ଜଣାଇବା ପରେ ଶ ପଥ ନେଇଥିଲେ । ଏହି ‘ ପଲି ଫେଷ୍ଟ’ରେ ୨୭୪ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମୁଦାୟ ୩୩ଟି ସରକାରୀ ଓ ୫୬ଟି ବେସରକାରୀ ପଲିଟେକ୍ନିକ୍ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ‘ ପଲି ଫେଷ୍ଟ-୨୦୧୯’ରେ ଭାଗ ନେଇଛନ୍ତି । ଏହି ଦୁଇଦିନିଆ ‘ ପଲି ଫେଷ୍ଟ-୨୦୧୯’ର ପ୍ରଥମ ଦିବସରେ ଫୁଟବଲ, କି୍ରକେଟ୍, ଆଥଲେଟିକ୍, ବ୍ୟାଡ୍ମିଣ୍ଟନ୍, ଭଲିବଲ୍ ଆଦି ପ୍ରତିେଯୋଗିତା ସହ ତର୍କ, ପ୍ରବନ୍ଧ, କୁଇଜ୍, ଡ୍ରାମା, ସୋଲୋ ଡ୍ୟାନ୍ସ ଭଳି ସାଂସ୍କୃତିକ ପ୍ରତିେ୩⁄୪ାଗିତା ଆୟୋଜନ କରା୩⁄୪ାଇଛି । ଏହିସବୁ ପ୍ରତିେ୩⁄୪ାଗିତା ଦୁଇଦିନ ଧରି ଚାଲିବ । ଫେବୃଆରୀ ୨୬ ତାରିଖ ଦିନ ଆଇଟିଆଇରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ‘ଆଇଟିଆଇ ଫେଷ୍ଟ’ କଳିଙ୍ଗ ଷ୍ଟାଡିୟମ୍ରେ ସକାଳ ୮ଟାରେ ଉଦ୍ଘାଟିତ ହେବାର କା୩⁄୪ର୍୍ୟକ୍ରମ ରହିଛି ।