ରାଜନୀତି

ଦୁଇ ଆଇପିଏସ ଅଫିସରଙ୍କ ବଦଳି ପାଇଁ ବିଜେପିର ଦାବି

Published

on

ଭୁବନେଶ୍ୱର ୩୧/୧ : ଦୁଇଜଣ ଆଇପିଏସ ଅଫିସର ରାଜ୍ୟ ସରକାରଙ୍କ ହାତ ବାରିସୀ ରୂପେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାରୁ ଏହି ଦୁଇ ଆଇପିଏସ ଅଫିସରଙ୍କୁ ବଦଳି କରିବା ପାଇଁ ବିଜେପି ଗୃହ ସଚିବଙ୍କ ନିକଟରେ ଦାବି କରିଛି । ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗୃହ ସଚିବଙ୍କୁ ଭେଟି ଆଇଜି ଅମିତାଭ ଠାକୁ ଓ ଡିଆଇଜି ଆଶିଷ ସିଂହଙ୍କୁ ତୁରନ୍ତ ବଦଳି କରିବା ଲାଗି ଦାବି କରିଛନ୍ତି । ଏହି ଦୁଇ ଅଫିସର ନିର୍ବାଚନ ଦାୟିତ୍ୱରେ ରହିଲେ ମତଦାନ ଆଦୋ÷ ଅବାଧ ହୋଇପାରିବ ନାହିଁ ବୋଲି ସେମାନେ ଗୃହ ସଚିବଙ୍କୁ ଜଣାଇଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version