କେନ୍ଦୁଝର ୬/୬ : ସାହି ବିବାଦରୁ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କୁ ହତ୍ୟା କରାଯାଇଛି । ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରେ ଆଜି ଏକ ଅଘଟଣ ଘଟିଛି । ମଳଦା କାଣିଆ ଗାଁରେ ସାହି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ସମାର ନାୟକଙ୍କୁ ଅପରପକ୍ଷର ଜଣେ ଅଭିଯୁକ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହା ସହ ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଥିବା କର୍ମ ନାୟକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହା ପରେ ଅଭିଯୁକ୍ତ ଉଦ୍ଧବ ନାୟକଙ୍କୁ ଧରି ବାମେବାରି ପୋଲିସ ଥାନାରେ ଗ୍ରାମବାସୀ ଜିମା ଦେଇଛନ୍ତି ।