ପରିବେଶ

ଦୁଇ ଦିନ ଧରି ଝଡ଼ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା

Published

on

ଭୁବନେଶ୍ୱର ୨୬/୨ : ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦୁଇଦିନ ଧରି ଝଡ଼ବର୍ଷା ସହିତ କୁଆପଥର ମାଡର ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମତେ ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ,ଢ଼େଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡବର୍ଷା ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ପକ୍ଷରୁ ବାରଣ କରାଯାଇଛି ।
ବର୍ତ୍ତମାନ ଓଡ଼ିଶାର ଭବାନୀପଟଣାରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୫.୦ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି । ମୟୁରଭଞ୍ଜରେ ୫ମିମି, କେନ୍ଦୁଝରରେ ୩ମିମି, କଟକରେ ୩ମିମି, ବାଲେଶ୍ୱର ୨ମିମି, ନୟାଗଡ଼ରେ ୨ମିମି, ଦେଓଗଡ଼ରେ ୧ମିମି, ଅନୁଗୁଳରେ ୧ମିମି ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version