ଦେଶ ବିଦେଶ

ଦୁବାଇରେ ଏକ ବସ ଦୁର୍ଘଟଣାରେ ୮ ଭାରତୀୟ ମୃତ

Published

on

ଦୁବାଇ ୭/୬ : ଦୁବାଇରେ ଏକ ବସ ଦୁର୍ଘଟଣାରେ ୮ ଭାରତୀୟ ମୃତ । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଦୂତାବାସ ତରଫରୁ ସେମାନଙ୍କ ସଂପର୍କୀୟଙ୍କୁ ଖବର ଦିଆଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟମାନେ ହେଉଛନ୍ତି ରାଜଗୋପାଳନ, ଫିରୋଜ ଖାନ ପଠାନ, ରେଶମା ଖାନ, ଦୀପକ କୁମାର, ଜମ୍ମାଲୁଦ୍ଦୀନ ଅର୍କାବିତୋଲ, କିରଣ ଜେନୀ, ବାସୁଦେବ ଏବଂ ତିଲକରାମ ଜବାହ ଠାକୁର । ଦୁବାଇ ପୋଲିସର କହିବାନୁସାରେ ଗତକାଲି ସଂଧ୍ୟା ୬ଟାରେ ଏକ ବସ ଦୁର୍ଘଟଣା ଘଟିଥିଲା । ଏଥିରେ ୩୧ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୭ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି ।
ବାଣିଜ୍ୟ ଦୂତାବାସର ଟ୍ୱିଟରେ କୁହାଯାଇଛି, ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଯାଉଛି । ସେମାନଙ୍କ ସଂପର୍କୀୟଙ୍କୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version